ରାଜନଗର: ଗଜରାଜପୁର ଗାଁ ଦାଣ୍ଡରେ କୁମ୍ଭୀର । ଗାଁ ପୋଖରୀରୁ କୁମ୍ଭୀରକୁ ଉଦ୍ଧାର ପରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧି ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ । ଆଜି ସକାଳେ କୁମ୍ଭୀର ଗାଁ ପାଖ କେନାଲରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଏହାକୁ ଦେଖିବା ପରେ ଗାଁ ଲୋକେ ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ବାନ୍ଧି ରଖି ବନବିଭାଗକୁ ଖବର ଦେଇଛନ୍ତି । କୁମ୍ଭୀରକୁ ଉଦ୍ଧାର ପାଇଁ ଗାଁରେ ପହଞ୍ଚିଛି ରାଜନଗର ବନବିଭାଗ । ତେବେ ଉତ୍ତ୍ୟକ୍ତ ଗାଁ ଲୋକେ ବନବିଭାଗକୁ କୁମ୍ଭୀର ଦେଉନଥିବା ଅଭିଯୋଗ ହୋଇଛି ।