ଚିଙ୍ଗୁଡ଼ି ଘେରିରେ କୁମ୍ଭୀର, ଲୋକେ ଆତଙ୍କିତ

ଆଳି : ଚିଙ୍ଗୁଡ଼ି ଘେରି ଭିତରେ ପଶିଲା କୁମ୍ଭୀର । କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋଲ୍ହା ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରି ଭିତରକୁ କୁମ୍ଭୀର ପଶି ଆସିଥିବା ଦେଖିବାକୁ ମିଳିଛି । ଚିଙ୍ଗୁଡ଼ି ଘେରିରେ କୁମ୍ଭୀର ପଶିଥିବା ଘେରି ମାଲିକ ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା  । ବନ ବିଭାଗ ଟିମ ପହଂଚି ଥିବା ଜଣାଯାଇଛି । ପାଖରେ ଭିତରକନିକା ଅଭୟାରଣ୍ୟକୁ ସଂଯୋଗ ହୋଇଥିବା ବ୍ରହାଣୀ ନଦୀରୁ ଘେରି ଭିତରକୁ ପସିଆସିଥିବା ଅନୁମାନ କରାଯାଉଛି ।