ନନ୍ଦନକାନନରେ ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର, ଉଦ୍ଧାର ପାଇଁ କର୍ମଚାରୀଙ୍କ ଉଦ୍ୟମ ଜାରି

ଭୁବନେଶ୍ବର(କେନ୍ୟୁଜ୍‌): ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜଳହସ୍ତୀମାନେ ରହୁଥିବା ଖୁଆଡ ନମ୍ବର ୬୩ରେ ଏକ କୁମ୍ଭୀର ପଶିଯାଇଛି। ଖୁଆଡ ଭିତରୁ କୁମ୍ଭୀରକୁ ଉଦ୍ଧାର ପାଇଁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।

ଖୁଆଡ ନମ୍ବର ୬୩ ଓ ୬୪ରେ ଥିବା ଜଲାଶୟରେ ପ୍ରାୟ ୧୨ଟି ଜଳହସ୍ତୀ ରହୁଛନ୍ତି। ଆଜି ସକାଳେ ଦୁଇ ଖୁଆଡ ମଧ୍ୟରେ ଥିବା ପାଟେରୀ ଉପରେ ଏକ ବିରାୟ କୁମ୍ଭୀର ଶୋଇ ରହିଥିବା ଦେଖାଯାଇଥିଲା।

ଖବର ପାଇ ନନ୍ଦନକାନନ କର୍ତ୍ତୁପକ୍ଷ ଜଳାଶୟରୁ ଜଳହସ୍ତୀ ମାନଙ୍କୁ ଅଲଗା କରାଯାଇ ଜାଲ ପକାଇ କୁମ୍ଭୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।