ରାଜନଗର: ରାଜନଗର ବ୍ଲକ ଝାଡ଼ପଡା କେନାଲରେ ବଉଳା କୁମ୍ଭୀର । ବନ୍ୟା ପାଣିରେ ଉପରମୁଣ୍ଡକୁ ଭାସି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର । କୁମ୍ଭୀରକୁ ଦେଖ ଭୟଭୀତ ହୋଇଛନ୍ତି ସ୍ଥାନୀୟ ଲୋକେ । ବ୍ରାହ୍ମଣୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବେଶ କରିଛି । ବନ୍ୟା ପାଣି ଘେରରେ ଅନେକ ଗାଁ ରହିଥିବା ବେଳେ କୁମ୍ଭୀର ବନ୍ୟା ପାଣିରେ ଭାସି ଆସୁଥିବା ନେଇ ଲୋକେ ଭୟଭୀତ ହେଉଛନ୍ତି ।
ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଝାଡ଼ପଡା କେନାଲରେ ଏକ ବିରାଟ କାୟ କୁମ୍ଭୀର ଦେଖିବାକୁ ମିଳିଛି । ପୂର୍ବରୁ ଏକ କୁମ୍ଭୀର ଏହି କେନାଲ ନିକଟରୁ ଜଣେ ମହିଳାଙ୍କୁ ଟାଣି ନେଇଥିଲା । ଏବେ ପୁଣି ଏଠାରେ ବିରାଟ କୁମ୍ଭୀର ଦେଖି ଲୋକେ ଭୟଭୀତ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ : ନାଳର ଟାପୁରୁ ୮୦ ବର୍ଷର ବୃଦ୍ଧାକୁ ତିନି ଦିନ ପରେ ଉଦ୍ଧାର