ଜଳେଶ୍ୱର : ଦୀର୍ଘ ସମୟ ଅପରେସନ ପରେ ଧରା ପଡିଲା ୭ ଫୁଟିଆ ବଉଳା କୁମ୍ଭୀର । ବିଚିତ୍ରପୁର ବେଳାଭୂମି ନିକଟରେ ଥିବା ନାଳରୁ ଧରା ପଡିଲା ବଉଳା କୁମ୍ଭୀର । ଯାହାର ଲମ୍ବ ୭ ଫୁଟ ୬ ଇଞ୍ଚ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଧରା ପଡିବା ପରେ ବନ ବିଭାଗ କୁମ୍ଭୀର ଟିକୁ ଭିତରକନିକାରେ ଛଡା ଯାଇଛି ବୋଲି ସୂଚନା ମିଳିଛି । ବାତ୍ୟା ‘ଦାନା’ ପ୍ରଭାବରେ ଭିତରକନିକାରୁ ପଳେଇ ଆସିବା ନେଇ ସନ୍ଦେହ କରାଯାଉଥିଲା ।
କୁମ୍ଭୀରଟିକୁ ଧରିବା ପାଇଁ ରାତିରେ ସମୁଦ୍ରକୁ ଲାଗିଥିବା ନାଳୀ ଭିତରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମର ପେଟ୍ରୋଲିଂ କରିଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ବେଳାଭୂମିରେ କୁମ୍ଭୀର ଠାବ ହେବା ପରେ ଲୋକେ ଭୟଭୀତ ହୋଇ ରହିଥିଲେ । ଯାହାକୁ ଧରିବା ପାଇଁ ବନବିଭାଗର ପକ୍ଷରୁ ଗତକାଲି ଦିନ ୨ ଟାରୁ ରାତି ୧୨ ପର୍ଯ୍ୟନ୍ତ ପ୍ରୟାସ ଜାରି ରହିଥିଲା । ଏହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ବନବିଭାଗ ପକ୍ଷରୁ ସଚେତନତା କରାଯାଇଥିଲା । ତେବେ ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ରାତି ୧ ଟାରେ ଧରା ପଡିଛି ବୋଲି ସୂଚନା ମିଳିଛି ।