ଭଦ୍ରକ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରୁ ୪ ଫୁଟର ବଉଳା କୁମ୍ଭୀର

ଚାନ୍ଦବାଲି: ସାଳନ୍ଦୀ ନଦୀରୁ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟର କୁମ୍ଭୀର। ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରେ ମତ୍ସ୍ୟଜୀବୀ ଜାଲ ପକାଇ ମାଛ ଧରୁଥୁବା ବେଳେ ଜାଲରେ ୪ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ପଡିଥିଲା ।

ସୂଚନା ଅନୁସାରେ ଏହି ଗ୍ରାମର ପଞ୍ଚାନନ ମାଝୀ ପାଖରେ ଥିବା ସାଳନ୍ଦୀ ଶାଖା ନଦୀରେ ଜାଲ ବାସାଇଥିଲେ । ସେହି ଜାଲରେ ପଡିଥିଲା ଏହି କୁମ୍ଭୀର। ତେବେ ଖବର ପାଇ ଆରଡି ଫାଣ୍ଡି କର୍ମଚାରୀ ଓ ଧାମନଗର ବନବିଭାଗ ଅଧିକାରୀ ପହଁଚି ଜୀବନ୍ତ ଅବସ୍ଥାରେ ସେହି କୁମ୍ଭୀର ଛୁଆକୁ ଉଦ୍ଧାର କରିଥିଲେ । ପରେ ବନ ବିଭାଗ କର୍ମଚ‍ାରୀ କୁମ୍ଭୀର ଛୁଆକୁ ଏକ ଯନ୍ତାରେ ବନ ବିଭାଗ କାର୍ଯ୍ୟାଳୟକୁ ନେଇଯାଇଥିଲେ ।

Leave A Reply

Your email address will not be published.