ମାଛ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର

ଉଦଳା(କେନ୍ୟୁଜ): ମାଛ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର। କୁମ୍ଭୀରକୁ ଉଦ୍ଧାର କଲେ ଗ୍ରାମବାସୀ। ଉଦଳା ଖୁଣ୍ଟା ବ୍ଲକ ଡବକ ନୂଆଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ନୂଆଗାଁ ବିଦ୍ୟାଳୟ ନିକଟରେ ଥିବା ବନ୍ଧରେ ମାଛ ଧରିବା ପାଇଁ ଗାଁଲୋକେ ରାତିରେ ଜାଲ ପକାଇଥିଲେ। ହେଲେ ସକାଳେ ଜାଲ ଉଠାଇବାବେଳେ ଏକ ବିଶାଳକାୟ କୁମ୍ଭୀର ଲାଗିଥିବା ଦେଖିବାକୁ ମିଳିଥିଲା।

ପାଣିରୁ କୁମ୍ଭୀରକୁ ଆଣି ଗାଁଲୋକେ ବନବିଭାଗକୁ ଖବର ଦେଇଥିଲେ। ମାଛ ଜାଲରେ କୁମ୍ଭୀର ପଡିବା ପରେ ଗାଁରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.