ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ହାତୀ ଉପଦ୍ରବ , ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ

ବରଗଡ଼(କେନ୍ୟୁଜ୍) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦୁବୁଲାବାହାଲ, ଧଉରାମୁଣ୍ଡା, ପଣ୍ଡରିପାଣି, ଇଚ୍ଛାପାଲି, କୁର୍ଲୁବାହାଲ ଆଦି ଗାଁ ଗୁଡିକ ଏବେ ହାତୀଙ୍କ ଚରାଭୂମି ପାଲଟିଛି । ପ୍ରାୟ ୩୦ଟି ଛୋଟ ବଡ଼ ହାତୀ ଦିନରେ ଝାଞ୍ଜ ପାହାଡ଼ରେ ରହୁଛନ୍ତି ।
ରାତିରେ ପାଖାପାଖି ୨୦କିଲୋମିଟ ପରିସରରେ ଥିବା ଗାଁ ଗୁଡ଼ିକର ଜମିରେ ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଉଛନ୍ତି । ଜମିରେ ଥିବା ନଳକୂଅ ଓ ପାଇପକୁ ମଧ୍ୟ ଭାଙ୍ଗି ଦେଉଛନ୍ତି । ଏପରିକି ବିଦ୍ୟୁତଖୁଣ୍ଟକୁ ଭାଙ୍ଗି ଇଲେକ୍ଟ୍ରି ତାର ସବୁ ଛିଡାଇ ଦେଉଛନ୍ତି । ଫଳରେ ଚାଷୀ ହଇରାଣ ହେଇଥିବା ଅଭିଯୋଗ ହୋଇଛି ।
ଗତ ୪ ରୁ ୫ବର୍ଷ ହେବ ଲଗାତର ଧାନ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି ହାତୀ । ନାମକୁ ମାତ୍ର କ୍ଷତିପୂରଣ ଦେଇ ଦାୟିତ୍ୱ ସାରିଦେଉଛି ବନବିଭାଗ । ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପଦ୍ମପୁର ଉପ ଜିଲ୍ଲାପାଳ କହିଛନ୍ତି ।