ଜଙ୍ଗଲୀ ହାତୀଙ୍କ ଉପଦ୍ରବ, ଉଜୁଡି ଗଲା ଏକର ଏକର ଫସଲ

ଯାଜପୁର(କେନ୍ଯୁଜ୍) : ଚାଷ ଦଳିଦେଲେ ହାତୀପଲ। ଉଜୁଡି ଗଲା ଏକର ଏକର ଫସଲ। ଯାଜପୁର ଜିଲ୍ଲା ପଶ୍ଚିମ ବଡଚଣା ଡାଳିଯୋଡା ରେଂଜ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ୪୦ରୁ ଉର୍ଦ୍ଧ୍ୱ ହାତୀପଲ ଗାଁରେ ପଶି ଆତଙ୍କ ଖେଳାଇଛନ୍ତି। ପଶ୍ଚିମ ବଡଚମାର ସିହା, ସାଳପଡ଼ା, ସମିଆଁ ଓ ବୈରୀ ଅଞ୍ଚଳରେ ହାତୀଙ୍କ ରାଜ୍ ଚାଲିଛି।
ଧାନ ଅମଳ ସମୟରେ ଫସଲ ନଷ୍ଟ ହେଉଯାଉଥିବା ଦେଖି ଚିନ୍ତାରେ ପଡିଛି ଚାଷୀ। ହାତୀଙ୍କୁ ଘଉଡାଇବା ପାଇଁ ଚଣ୍ଡିଖୋଲ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ବାଣ ଫୁଟାଇବା ସହ ଅତ୍ୟାଧୁନିକ ଲାଇଟ୍ ବ୍ୟବହାର କରି ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ ଚାଲିଛି। ସେପଟେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।