ଜଳଛାୟା ପ୍ରକଳ୍ପ ବିଭାଗର ସେଚ କୂପ ଜରିଆରେ ଲୋକଙ୍କୁ ମିଳୁଛି ନିଶ୍ଚିତ ରୋଜଗାର, ହେଉଛି ଚିରସ୍ଥାୟୀ ବିକାଶ

କୋରାପୁଟ:  ପାହାଡିଆ ଟାଙ୍ଗରା ଜମିରେ ଫଳୁଛି ସୁନାର ଫସଲ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଦ୍ଵାରା କୋରାପୁଟ ଚାଷୀ ହେଉଛନ୍ତି ଉପକୃତ। ପାହାଡିଆ ଉଚ୍ଚ ସ୍ଥାନରେ ଜମି ଥିବାରୁ ଇଛା ଥିଲେ ମଧ୍ୟ ଜଳ ଅଭାବରୁ ଚାଷୀ ତା ଜମିରେ ଚାଷ କରିପାରୁନଥିଲା। ଜଳ ଅଭାବରୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ କିଛି କରିପାରୁନଥିଲା। କିନ୍ତୁ ହତାଶ,ନିରାଶ ଚାଷୀଙ୍କ ମନରେ ହସ ଫୁଟାଇଛି କୋରାପୁଟ ଜଳଛାୟା ମିଶନ। ଜଳଛାୟା ମିଶନରଅଧିକାରୀମାନେ ସରଜାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ତାର ସୁଫଳ ଚାଷୀଙ୍କୁ ମିଳୁଛି। ଆଉ ଟାଙ୍ଗରା ଜମିରେ ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ଚାଷୀ।

farmingକୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲଜର ମାଝିଗୁଡା ଗ୍ରାମର ଜଣେ ଚାଷୀ ହେଉଛନ୍ତି ମଧୁସୂଦନ ମାଝି। ଜଳଛାୟା ମିଶନ ଜରିଆରେ ମହାତ୍ମାଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନାରେ ସେ କୂଅଟିଏ ଖୋଳାଇଛନ୍ତି । କୂଅରୁ ମୋଟର ଫମ୍ପ ଦ୍ଵାରା ପାଣି ଉଠାଇ ଜମିକୁ ଜଳସେଚିତ କରୁଛନ୍ତି। ଜମିରେ ଫୁଲକୋବି, ଟମାଟ, କଂଚା ଲଙ୍କା ଆଦି ପରିବା ଚାଷ କରି ବେଶ ୨ପଇସା ରୋଜଗାର କରି ଖୁସିରେ ଅଛନ୍ତି ଚାଷୀ ମଧୁସୂଦନ। ନିଜେ ଉପାର୍ଜନ କ୍ଷମ ହେବା ସହ ଅନ୍ଯମାନଙ୍କୁ ମଧ୍ୟ ରୋଜଗାର ଯୋଗାଇବାରେ ସକ୍ଷମ ହୋଇଛନ୍ତି।

farmerସେହିଭଳି କୋରାପୁଟ ଜିଲ୍ଲାରେ ୨୭୬ ଟି ସେଚ ପ୍ରକଳ୍ପ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯାଇଛି। ୨୭୬ ଜଣ ଚାଷୀ ଚିରସ୍ଥାଯୀ ରୋଜଗାର ପାଇବାରେ ସକ୍ଷମ ହୋଇଛନ୍ତି।ସେଚ କୂପ ଖନନ ସକାଶେ ୨ ଲକ୍ଷ ୫୦ ହଜାର ୧୧୯ ଦିନର ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଏଭଳି ଜିଲ୍ଲାରେ ଶହ ଶହ ଚାଷୀ ଉପକୃତ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିପାରୁଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସରକାରଙ୍କ କାର୍ଯ୍ଯକ୍ରମ ଲୋକଙ୍କ ନିକଟରେ ପହଞ୍ଚୁଥୁବାରୁ ଲକ୍ଷ ଲକ୍ଷ ଲୋକଙ୍କ ହାତଜୁ କାମ ମିଳୁଥୁବା ସହ ଅଣ ଜଳସେଚିତ ଅଂଚଳର ଚାଷୀ ବେଶ ଲାଭ ବାନ ହେଉଛନ୍ତି। ଯାହା ଅତି ଖୁସିର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.