ବାତ୍ୟା ଦାନା ଛଡ଼ାଇ ନେଲା ଚାଷୀଙ୍କର ବର୍ଷକର ଦାନା । ଉଜୁଡା ଫସଲକୁ ନେଇ ଚିନ୍ତାରେ ଚାଷୀକୁଳ । କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ଆଳି ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚଡକ । ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଓ ପବନ ଯୋଗୁ କେନ୍ଦୁଝର ଜିଲ୍ଲାର ହାଟଡିହି ଏବଂ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବହୁ ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ଉଜୁଡା ଫସଲକୁ ନେଇ ଚିନ୍ତାରେ ହଜାର ହଜାର ଚାଷୀ । ପବନ ଓ ବର୍ଷା ମାଡ଼ରେ ଧାନ ଗଛ ଶୋଇପଡ଼ିଥିବା ବେଳେ ବିଲ ମାନଙ୍କରେ ପାଣି ଜମି ରହିଛି । ବ୍ଲକ ର ଭାଟପଡା, ଆରଡ଼ି, ଓଲଗ, ସୁନ୍ଦରପୁର, ମହୁଲିଆର ବିଭିନ୍ନ ଚାଷ ଜମିରେ ପଶିଛି ବନ୍ୟା ପାଣି ।
ଯାଜପୁର ଜିଲ୍ଲାରେ ବାତ୍ୟା ‘ଦାନା’ ପ୍ରଭାବରେ ବ୍ୟାପକ ଧାନ, ବିରି ଫସଲ ସହ ପନିପରିବା ଚାଷ ନଷ୍ଟ ହୋଇଛି । ବିଶେଷକରି ଧର୍ମଶାଳା ବ୍ଲକର ପଟୁଣିଆ, କଣ୍ଟିଗଡ଼ିଆ, ଅରେଇକଣା, ମିର୍ଜାପୁର, ପାଟପୁର ଆଦି ମୌଜାରେ ବିରି ଫସଲରେ ବର୍ଷା ମାଡ଼ ସହ ଚାଷ ଜମିରେ ପାଣି ଜମି ରହିଛି । ଯାହାକୁ ନେଇ ଚାଷୀ କୂଳ ହତାଶ ହୋଇ ପଡିଛନ୍ତି ।