କୋଟି କୋଟି ଟଙ୍କାର ଜାଲ୍‌ ନୋଟ୍‌ ଜବତ କଲା କୋରାପୁଟ ପୋଲିସ୍‌, ଚାଲାଣ ହେଉଥିଲା ରାୟପୁରରୁ ବିଶାଖାପାଟଣା

କୋରାପୁଟ (କେନ୍ୟୁଜ୍‌) : ଇଂଜିନିୟରଙ୍କ ଜାଲ୍‌ ନୋଟ୍‌ କାରବାର । ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ସହ କାର ଜବତ କଲା କୋରାପୁଟ ପୋଲିସ୍‌ । ଏହି ଘଟଣାରେ ଜଣେ ଇଂଜିନିୟରଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । ସୁଙ୍କି ଫାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ଦ୍ଵାରା ଜବତ ଏହି ଜାଲ୍‌ ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ଘର ଛତିଶଗଡରେ ।
ଛତିଶଗଡ଼ ରାୟପୁରରୁ ବିଶାଖା ପାଟଣା ଚାଲାଣ କରାଯାଉଥିବା ବେଳେ ସୀମାନ୍ତ ସୁଙ୍କି ଠାରେ ପୋଲିସ ହାତରେ ଧରାପଡ଼ିଛି । ପୋଲିସ ଗାଡି ଯାଞ୍ଚ କରିବା ବେଳେ କାର ମଧ୍ୟରେ ୪ଟି ଟ୍ରଲି ବ୍ଯଗରେ ବିପୁଳ ନୋଟ୍‌ ଥିବା ଦେଖି ଜବତ କରିଥିଲା ।

FAKE NOTE-2

ଗାଡ଼ିରେ ଥିବା ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ଇଂଜିନିୟର ଅଛି । ସେ ଛତିଶଗଡରେ ଏକ ସଂସ୍ଥାରେ ଇଂଜିନିୟର ଭାବେ କାମ କରୁଛି ବୋଲି କୋରାପୁଟ ଏସପି ବରୁଣ ଗୁଣ୍ଟୁପଲି ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । ଜବତ ସମସ୍ତ ନୋଟ୍‌ ହେଉଛି ୫୦୦ ଟଙ୍କିଆ ହୋଇଥିବା ବେଳେ ବ୍ୟାଗ୍‌ରେ ମୋଟ ୧୫୮୦ଟି ବଣ୍ଡଲ ଥିଲା । ଚାଲାଣକାରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

FAKE NOTE-3

ସୁଙ୍କି ଠାରେ ପୋଲିସ୍ ପୋଷ୍ଟରେ ବ୍ଲକ୍ ଏବଂ ଏମଭି ଚେକିଂ ଚାଲିଥିବା ବେଳେ ଛତିଶଗଡ ନଂ ଥିବା କାର୍‌ଟି ଦ୍ରୁତ ଗତିରେ ଆନ୍ଧ୍ର ଅଭିମୁଖେ ପଳାଇ ଯାଉଥିଲା ।  ଏହି ଫୋର୍ଡ ଫିଗୋ କାରକୁ ଅଟକ ରଖି ଯାଞ୍ଚ କରିବାରୁ ସେଥିରୁ ଏହି ସବୁ ଜାଲ୍‌ ନୋଟ୍‌ ମିଳିଥିଲା ।

FAKE NOTE-4

ରାୟପୁରରୁ ବିଶାଖାପାଟଣାକୁ ଏହି ନକଲି ନୋଟ୍‌ ଚାଲାଣ କରୁଥିବା କଥା ଗିରଫ ତିନି ଜଣ ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଜବତ ଜାଲ ନୋଟଗୁଡିକ କଲର ପ୍ରିଣ୍ଟରରେ ଛପାଇଥିବା ସେମାନେ କହିଛନ୍ତି । ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନେ ସମସ୍ତେ ଛତିଶଗଡର ଜାନଜଗିର ଚମ୍ପା ଜିଲ୍ଲାର ବୋଲି ଜଣାପଡ଼ିଛି ।