ସୁନ୍ଦରଗଡ଼: ଜେଲ୍ ଗଲେ ଯବାନ, ମହିଳା ଫରେଷ୍ଟ ଗାର୍ଡଙ୍କୁ ଦୁଷ୍କର୍ମ କରି ଟଙ୍କା ସୁନା ଗହାଣା ଲୁଟି ନେଇଥିଲେ

ସୁନ୍ଦରଗଡ଼(କେନ୍ୟୁଜ୍):  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ରହୁଥିବା ଜଣେ ମହିଳା ଫରେଷ୍ଟ ଗାର୍ଡଙ୍କ ଘରେ ଜଣେ CRPF ଯବାନ ପଶି ଛୁରୀ ଦେଖାଇ ଦୁଷ୍କର୍ମ କରିବା ସହିତ ଟଙ୍କା ସୁନା ଧରି ଫେରାର ହୋଇ ଯାଇଥିଲେ। ଏ ଘଟଣାକୁ  ନେଇ ପୀଡିତା  ମହିଳା ଗାର୍ଡ ବଣାଇ ଥାନାରେ ଏତଲା ଦେବା ପରେ ପୋଲିସ ଉକ୍ତ ଯବାନଙ୍କୁ ନୟାଗଡ଼  ଶରଣକୂଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉକ୍ତ ଯବାନ କଳିଙ୍ଗ ଗୌରବ ପରିଡା ଲଦାଖରେ ଚାକିରୀ କରୁଥିବା ବେଳେ ତାଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଜଣା ପଡିଛି।  ସେ ଛୁଟି ରେ ଆସି ବଣାଇରେ ଥିବା ତାଙ୍କ ସମ୍ପର୍କୀୟ ଘରେଥିଲେ। ଏଠାରେ କଛି ଦିନ ରହିବା ପରେ ଘର ଆଗରେ ରହୁଥିବା ଏହି ମହିଳା ଗାର୍ଡଙ୍କ ପ୍ରତି ଏହି କାଣ୍ଡ ଘଟାଇ ଫେରାର ହୋଇ ଯାଇଥିଲେ।  ପରେ ବଣାଇ ପୋଲିସ ବିଭିନ୍ନ ଦିଗକୁ ଅନୁସରଣ କରି ନୟାଗଡ଼ ଜିଲ୍ଲା ଶରଣକୂଳରେ ଥିବା ତାଙ୍କ ସମ୍ପକୀୟଙ୍କ ଘରୁ ତାଙ୍କୁ  ଗିରଫ କରିଛି।

Leave A Reply

Your email address will not be published.