ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାରେ ଗୁରୁତ୍ବପୂର୍ଣ୍ଣ ସୁରାକ: ଡ୍ରାଇଭର, PSO, ସିକ୍ୟୁରିଟି ଓ କୁକ୍ ଙ୍କୁ ପଚରାଉଚୁରା

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରୁ ଚୋରି ଘଟଣାରେ କମିଶନରେଟ ପୋଲିସକୁ ମିଳିଛି କିଛି ଗୁରୁତ୍ବପୂର୍ଣ୍ଣ ସୁରାକ । ତାଙ୍କର ଦୁଇ ଘରୁ ଚୋରି ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ । ପ୍ରଥମ ଘରେ ଓ ଦ୍ବିତୀୟ ଘରେ ପଶିଥିବା ଚୋର ଅଲଗା । ଦ୍ବିତୀୟ ଘରୁ ଚୋରି କରିବାକୁ ଯାଇଥିବା ଅଭିଯୁକ୍ତ ନାଁରେ ମୈତ୍ରୀ ବିହାର ଓ ନୟାପଲ୍ଲୀ ଥାନାରେ ୮ଟି ମାମଲା ରହି ଛି। ସାଲିଆ ସାହିରେ ରହୁଥିବା ସଂପୃକ୍ତ ଅଭିଯୁକ୍ତ ଗଞ୍ଜାମର ବାସିନ୍ଦା ।
ସେ ଗତ ୫ତାରିଖରେ ଜେଲରୁ ମୁକୁଳି ଥିଲା । ବ୍ୟକ୍ତିଜଣକ ନିଶା ପାଇଁ ଚୋରି କରୁଥିବା ଜଣା ପଡ଼ୁଛି । CCTV ଫୁଟେଜ ଓ ସୁରାକ ଆଧାରରେ ତଦନ୍ତ ଚଳାଇଛି କମିଶନରେଟ ପୋଲିସ । କେହି ଜଣାଶୁଣା ବ୍ୟକ୍ତି ଚୋରି କରି ଥାଇପାରନ୍ତି । ଏଥିପାଇଁ ତଦନ୍ତକାରୀ ଟିମ୍ ପକ୍ଷରୁ ନିରଞ୍ଜନଙ୍କ ଡ୍ରାଇଭର, PSO, ସିକ୍ୟୁରିଟି ଓ କୁକ୍ ଆଦିଙ୍କୁ ପଚରାଉଚୁରା କରାଯାଉଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଶନିବାର ବିଳମ୍ବିତ ରାତିରେ ଆଇଆରସି ଭିଲେଜର ଭିଆଇପି କଲୋନୀରେ ଥିବା ନିରଞ୍ଜନଙ୍କ ଘରର ଉପର ମହଲାରେ ରହୁଥିବା ପୁଅ ବୋହୂଙ୍କ ଘରୁ ଲୁଟ ହୋଇଥିଲା । ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ନଗଦ ଟଙ୍କା ନେଇ ଯାଇଥିଲା ଲୁଟେରା । ଏହାପରେ ଗତ ସୋମବାର ରାତିରେ ନିରଞ୍ଜନଙ୍କ ନୟାପଲ୍ଲୀ ଅଞ୍ଚଳରେ ଥିବା N2/25 ଆଉ ଏକ ଘରୁ ଲୁଟ୍ ଉଦ୍ୟମ ହୋଇଥିଲା । ନିରଞ୍ଜନଙ୍କ ଘରୁ ଲୁଟ୍ ଉଦ୍ୟମ ଘଟଣାରେ ଗିରଫ ପି ପରମା ରାଓ କୁ ନୟାପଲ୍ଲୀ ଥାନା ପୋଲିସ କୋର୍ଟ ଚାଲାଣ କରିଛି ।
ଆହୁରି ପଢ଼ନ୍ତୁ : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଶୁଣାଣି ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ