କ୍ରୁଟ୍ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଜାତିସଂଘର ହାବିଟାଟ୍ ସ୍କ୍ରଲ୍ ଅଫ୍ ଅନର୍ ଆୱାର୍ଡ଼- ୨୦୨୨ରେ ସମ୍ମାନୀତ

ଭୁବନେଶ୍ବର : କ୍ରୁଟ୍ ମହା ପ୍ରବନ୍ଧକ ଦୀପ୍ତି ମହାପାତ୍ରଙ୍କୁ ଜାତିସଂଘର ହାବିଟାଟ୍ ସ୍କ୍ରଲ୍ ଅଫ୍ ଅନର୍ ଆୱାର୍ଡ଼- ୨୦୨୨ରେ ସମ୍ମାନିତ କରାଯାଇଛି । ସହରାଞ୍ଚଳ ଜନ ପରିବହନ କ୍ଷେତ୍ରରେ ସାଧାରଣ ଲୋକଙ୍କ ଯାତାୟତ ପାଇଁ କ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଚାଲୁ ରହିଛି। ନିକଟରେ କ୍ରୁଟ୍ର ସଫଳ କାର୍ଯ୍ୟପ୍ରଣାଳୀ ଓ ସାମାଜିକ ପଦକ୍ଷେପ ପାଇଁ ବହୁ ଆନ୍ତର୍ଜାତିକ ପୁରସ୍କାର ହାସଲ କରିଛି ।

ଏହି ଅବସରରେ ଦୀପ୍ତି ମହାପାତ୍ର କହିଛନ୍ତି ରାଜ୍ୟର ଜନ ପରିବହନ ବ୍ୟବସ୍ଥାରେ ସାଧାରଣରୁ ଅତି ସାଧାରଣ ଯାତ୍ରୀଙ୍କ ଅନ୍ତର୍ଭୁକ୍ତ ଏବଂ ବୃତ୍ତିଗତ କାଯ୍ୟକ୍ଷେତ୍ରରେ ଲିଙ୍ଗଗତ ପାର୍ଥକ୍ୟତାରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇପାରିଛୁ। ଏଥିପାଇଁ ସେ ରାଜ୍ୟ ସରକାର ଏବଂ କ୍ର୍ରୁଟ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏପରି ସମ୍ମାନ ଓ ମାନ୍ୟତା ସମାଜ ପାଇଁ ଉନ୍ନତ କାର୍ଯ୍ୟ କରିବା ଏବଂ ସେବାରେ ନୂତନ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ପ୍ରେରଣା ଯୋଗାଇଥାଏ । ପୂର୍ବର ଦୀପ୍ତି ମହାପାତ୍ର ପରିବହନ କ୍ଷେତ୍ରରେ ଏକ ସବୁଜ ବିପ୍ଳବ ଆଣିବା ଦିଗରେ ଇ.ବସ୍ ଏବଂ ଇ ରିକ୍ସା ଆରମ୍ଭ କରିଥିବାରୁ ପ୍ରଥମ ଓଡ଼ିଆ ଭାବରେ ’ଇଲେକ୍ଟିକ୍ ଓମେନ୍- 2022’ ଆନ୍ତର୍ଜାତିକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.