ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କୁ ମୋ ବସରେ ନିୟୋଜିତ କରି CRUT ସୃଷ୍ଟି କରିଛି ଉଦାହାରଣ, ଜାତିସଂଘରେ ମିଳିଲା ପବ୍ଲିକ ସର୍ଭିସ୍ ଆଓ୍ଵାର୍ଡ

କେନ୍ୟୁଜ୍(ବ୍ୟୁରୋ): CRUTକୁ ଜାତିସଂଘର ପବ୍ଲିକ୍ ସର୍ଭିସ ଆଓ୍ଵାର୍ଡ । CRUTର ମୋ ବସ ପାଇଁ ଜାତିସଂଘର ପବ୍ଲିକ ସର୍ଭିସ୍ ଆଓ୍ଵାର୍ଡ । ମହିଳା ଓ ଟ୍ରାନ୍ସଜେଣ୍ଡର ମାନଙ୍କୁ ନିୟୋଜିତ କରି CRUT ଲିଙ୍ଗଗତ ସମାନତା ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ଲୋକସେବା କ୍ଷେତ୍ରରେ ୟୁନାଇଟେଡ ନେସନ୍ ପବ୍ଲିକ ସର୍ଭିସ ଆଓ୍ଵାର୍ଡ ହେଉଛି ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ।
We’re elated to announce that CRUT got the 2022 United Nations Public Service Awards in the category of “Promoting gender-responsive public services to achieve the SDGs” for the initiative “Mo Bus”. @UN @HUDDeptOdisha pic.twitter.com/MQCD9oqiZ5
— Capital Region Urban Transport (@CRUT_BBSR) June 23, 2022
ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବକୁ ଗୁରୁତ୍ୱ ଦେବା ଓ ସୁପରିଚାଳନା ଦିଗରେ CRUT ୫ ବର୍ଷ ଧରି କାର୍ଯ୍ୟ କରିଆସୁଛି । ଏହି ପୁରସ୍କାର କେବଳ ରାଜ୍ୟ ନୁହେଁ, ଦେଶକୁ ଗର୍ବିତ କରିଛି। CRUT ହେଉଛି ରାଜଧାନୀ ଆଞ୍ଚଳିକ ସହରାଞ୍ଚଳ ପରିବହନ।