ଭିଜିଲାନ୍ସ ପାଇଁ କ୍ରିପାଟୋ କରେନ୍ସି ଚ୍ୟାଲେଞ୍ଜ, ଏହାକୁ ନେଇ ଅନୁଷ୍ଠିତ ହେଲା କର୍ମଶାଳା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଭିଜିଲାନ୍ସ ପାଇଁ ନୂଆ ଚ୍ୟାଲେଞ୍ଜ କ୍ରିପାଟୋ କରେନ୍ସି । ଭିଜିଲାନ୍ସ ରେଡ ବେଳେ ବହୁ କ୍ରିପାଟୋ କରେନ୍ସି ଜବତ ହେଉଛି । କ୍ରିପାଟୋ କରେନ୍ସି, NFT, ଡିଜିଟାଲ ଆସେଟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନୂଆ ଚ୍ୟାଲେଞ୍ଜ ଉପରେ ଭିଜିଲାନ୍ସର କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱାଙ୍କ ସମେତ ବହୁ ବରିଷ୍ଠ ଅଧକାରୀ ଉପସ୍ଥିତ ଥିଲେ । ଡିଜିଟାଲ ଆସେଟର ତଦନ୍ତ ପାଇଁ ଓଡ଼ିଶା ଭିଜିଲାନ୍‌ସରେ ସ୍ୱତନ୍ତ୍ର ସେଲ୍‌ ଗଠନ କରାଯାଇଛି ।

କ୍ରିପ୍‌ଟୋ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଉଛି । ବିଭିନ୍ନ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଚଢ଼ାଉ ବେଳେ କ୍ରିପ୍‌ଟୋ କରେନ୍‌ସୀ ଜବତ ହେଉଛି । ଅସଦ ଉପାୟରେ ଡିଜିଟାଲ ସଂପତ୍ତି କମାଉଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍‌ସ ପ୍ରତିଶ୍ରୁତିବଦ୍ଧ । ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇଥିଲେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ । ସେ କହିଛନ୍ତି, ‘ଦୁର୍ନୀତି ନିବାରଣ କ୍ଷେତ୍ରରେ ଓଡ଼ିଶା ଭିଜିଲାନ୍ସର ଭୂମିକା ପ୍ରଶଂସନୀୟ । କର୍ମଶାଳାରେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଜ ଓ EOWର ଅଫିସର ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.