ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିବାକୁ ଅଧିକ ଟଙ୍କା ନେଇ ସିଏସସି କର୍ମଚାରୀ ଗିରଫ

ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିବାକୁ ଅଧିକ ଟଙ୍କା ନେଇ ସିଏସସି କର୍ମଚାରୀ ଗିରଫ । ଟିଟିଲାଗଡ଼ ବ୍ଲକ ମନିଗାଁ ସିଏସସି ସେଣ୍ଟର ମାଲିକ ଆଶିଷ ସାହୁ ଗିରଫ । ସୁଭଦ୍ରା ଯୋଜନାରେ ନା ପଞ୍ଜିକରଣ କରିବାକୁ ହିତାଧିକାରୀଙ୍କ ଠାରୁ ସେ ଜଣ ପିଛା ଶହେରୁ ଦେଢଶହ ଟଙ୍କା ଅଧିକ ଆଦାୟ କରୁଥିଲେ । କିଛି ଆବେଦନକାରୀ ଏନେଇ ଅଭିଯୋଗ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ସ୍ଥାନୀୟ ବିଡ଼ିଓଙ୍କୁ ଘଟଣାର ତଦନ୍ତ ସହ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସମ୍ପୃକ୍ତ ସିଏସସି ସେଣ୍ଟର ମାଲିକ ଆଶିଷ ସାହୁ ବେଆଇନ ଭାବରେ ହିତାଧିକାରୀମାନଙ୍କ ଠାରୁ ଅଧିକ ଟଙ୍କା ନେଉଥିବା ନେଇ ଟିଟିଲାଗଡ଼ ବିଡ଼ିଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଆଶିଷ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like