ସାଙ୍ଗର ଗର୍ଭବତୀ ସ୍ତ୍ରୀକୁ ସାଙ୍ଗ କଲା ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଚାନ୍ଦବାଲି(କେନ୍ୟୁଜ୍‌) : ବିଶ୍ୱାସରେ ବିଷ ଦେଲା ସାଙ୍ଗ । ସାଙ୍ଗ ଭଳି ପବିତ୍ର ସମ୍ପର୍କକୁ କରିଦେଲା କଦାକାର । ସାଙ୍ଗର ଗର୍ଭବତୀ ସ୍ତ୍ରୀକୁ କଲା ଦୁଷ୍କର୍ମ । ପୋଲିସ ଅଭିଯୁକ୍ତ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ ।

ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଞ୍ଚଳରେ ରୁହନ୍ତି ଏହି ଗର୍ଭବତୀ ମହିଳା ଜଣକ । ଚରଡିଆ ଗ୍ରାମର ମିଥୁନ ବାରିକ ଗତ ୧୬ ତାରିଖ ଦିନ ଉକ୍ତ ବନ୍ଧୁ ଘରକୁ ଆସିଥିଲେ । ଭୋକ ଲାଗିଲାଣି କିଛି ଖାଇବାକୁ ଆଣ ବୋଲି କହିବାରୁ ତାଙ୍କ ସାଙ୍ଗ ବଜାରକୁ ଜଳଖିଆ ଆଣିବାକୁ ଯାଇଥିଲେ ।

ଏହାର ସୁଯୋଗ ନେଇ ଅଭିଯୁକ୍ତ ମିଥୁନ ସାଙ୍ଗର ସ୍ତ୍ରୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ମହିଳା ଜଣକ ପାଟି କରିବାରୁ ପାଖାପାଖି ଥିବା ଲୋକ ଆସି ଅଭିଯୁକ୍ତକୁ ବାନ୍ଧି ମାଡ ମାରି ପୋଲିସର ଜିମା ଦେଇଥିଲେ ।

ମହିଳା ଜଣକ ଗୁରୁତର ହୋଇପଡିବାରୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିବା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଅଭିଯୁକ୍ତ ମିଥୁନ ବାରିକକୁ ବାଂଶଡା ପୋଲିସ ଗି୍ରଫ କରିବା ସହ କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.