ଆଜିଠୁ ଦୁଲୁକିବ ବାଲିଯାତ୍ରା, ପ୍ରତି ସଂଧ୍ଯାରେ ନୃତ୍ଯ ଗୀତ ପରିବେଷଣ କରିବେ ୮ ଦେଶର କଳାକାର

କଟକ : ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ।  ସଂଧ୍ୟା ୫ଟାରେ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏଥର ବାଲିଯାତ୍ରାକୁ ଆନ୍ତର୍ଜାତୀକ ରୂପ ଦେବାକୁ ୧୩ଟି ରାଜ୍ୟର ରାଷ୍ଟ୍ରଦୂତ ଅତିଥି ଭାବେ ବାଲିଯାତ୍ରା ବୁଲିବାକୁ ଆସିବେ ।  ସମସ୍ତେ ମହାନଦୀ ସିଲଭର ସିଟି ବୋର୍ଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋର୍ଟରେ ଆସି ଗଡଗଡିଆ ଘାଟରେ ଓହ୍ଲାଇବେ  ।   ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ ।  ୮ ଦେଶର କଳାକାର ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ନୃତ୍ଯ ଗୀତ ପରିବେଷଣ କରିବେ ।  ଏହା ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ ।  ଏଥର ଉପର ଓ ତଳ ବାଲିଯାତ୍ରା ପଡିଆରେ ମୋଟ ୨୫ଶହ ଛୋଟ ବଡ ଷ୍ଟଲ ହେଉଛି ।  ୮ ଦିନରେ କିଣାବିକାର ଆସର ସାଙ୍ଗକୁ ବୁଲାବୁଲି ଓ ସୁସ୍ବାଦୁ ଖାଦ୍ଯ ର ମଜ୍ଜା ନେବେ ପ୍ରାୟ ୬୦ରୁ ୭୦ ଲକ୍ଷ ପର୍ଯ୍ୟଟକ  ।

ଏଥର ବାଲିଯାତ୍ରା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ ।  ସୁସ୍ବାଦୁ ଖାଦ୍ଯ ଲୋକଙ୍କୁ ପ୍ରରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି ।  ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ ।  ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ ।  ବିଭିନ୍ନ ପ୍ରକାର ଦୋଳି, ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବେ ଦର୍ଶକ ।  ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସ ଉଭୟ ପଡିଆ ଓ ଟ୍ରାଫିକ ପୋଷ୍ଟରେ ନିୟୋଜିତ ହେବେ ।

You might also like