ଉଦଳା (କେନ୍ୟୁଜ) : ଖାକି ଉପରେ ଖାକିର ଦାଦାଗିରି । କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କଲେ ଜେଲ ଓ୍ଵାର୍ଡର । ତାହା ପୁଣି ବିଚ୍ ରାସ୍ତାରେ । ମୟୂରଭଞ୍ଜ ଉଦଳା ଥାନା ଅଞ୍ଚଳର ଘଟଣା । ଗତକାଲି ବିଳମ୍ବିତ ରାତିରେ ଉଦଳା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସ୍ଥାନୀୟ ଅରବିନ୍ଦ ସ୍କୁଲ ନିକଟରେ କିଛି ଯୁବକ ବିନା ମାସ୍କରେ ଠିଆ ହୋଇଥିଲେ । ତେବେ ମାସ୍କ ପିନ୍ଧିବାକୁ ଥାନା ଏସଆଇ ତାଗିଦ କରିବା ବେଳେ ସେଠାରେ ଛିଡା ହୋଇଥିବା ଜେଲ ଓ୍ଵାର୍ଡର ମନୋଜ କୁଅଁର ଏସଆଇଙ୍କୁ ଆକ୍ରମଣ କରିବା ସହ ଠେଲାପେଲା କରିଥିଲେ । ଦୀର୍ଘ ସମୟ ପରେ ଓ୍ଵାର୍ଡରଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲେ ଏସଆଇ । ତେବେ ସେ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ କରିଥିବା ଜଣାପଡିଛି।
You might also like