ବାଲେଶ୍ବରରେ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ, ଦୁଇଦିନ ପାଇଁ ରହିବ ବଳବତ୍ତର
ବାଲେଶ୍ବର: ବାଲେଶ୍ବର ସହରରେ କର୍ଫ୍ୟୁ । ଦୁଇଦିନ ପାଇଁ ଲାଗିଲା କଟକଣା । ଅରଡ଼ ବଜାର, ପରିବା ବଜାର, ହରିପୁର, କସିମିଳା, ଫୁଲାଡି, ପୂଆ ବଜାର, ଗୋପାଳ ଗାଁ ଓ ଦରଜପୋଖରୀ ଅଞ୍ଚଳରେ କଟକଣା ଜାରି ହୋଇଛି । ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ତୃତୀୟ ରେଳ ଲାଇନ ସମ୍ପ୍ରସାରଣ ନେଇ ସ୍ଥାନୀୟ ଅଞ୍ଚଳରୁ ବସ୍ତି ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଯାଇଛି । ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, କୌଣସି ସଭା ଓ ରାଲି ଉପରେ କଟକଣା ଲଗାଇଛି ପ୍ରଶାସନ।
ଏହି କର୍ଫ୍ୟୁକୁ ନେଇ ବସ୍ତି ବାସିନ୍ଦାଙ୍କ ମନରେ ଭୟ ଦେଖାଦେଇଛି । ଅନେକ ଲୋକଙ୍କ ରାତିର ନିଦ ହଜିଯାଇଛି । ବସ୍ତି ଅଞ୍ଚଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା ପାଇଁ ପୋଲିସ ଛାଉଣୀ କରାଯାଇଛି ।