ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ ଘଟଣା ପରେ ଗୁଜବ ରୋକିବାକୁ ପଦକ୍ଷେପ । ୨୦ ତାରିଖ ସକାଳ ୧୦ଟା ଯାଏ ବ୍ରଡବ୍ୟାଣ୍ଡ, ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୌରପାଳିକା ଅଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ ଲାଗୁ ହୋଇଛି । ୪୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ସଂଧ୍ୟାରେ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏପଟେ ମୁଖ୍ୟ ସଚିବ, ଡିଜିପିଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ଶାନ୍ତି ଫେରାଇବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।  ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ ।

You might also like