ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜାରି ହେଲା କର୍ଫ୍ୟୁ

ଖୋର୍ଦ୍ଧା: ଅହମ୍ମଦାବାଦରୁ ବାହାରିଥିବା ୨ଟି ଟ୍ରେନ୍‌ ଆଜି ଖୋର୍ଦ୍ଧା ରୋଡରେ ଆସି ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣୁ ଖୋର୍ଦ୍ଧା ରୋଡ ଷ୍ଟେସନ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆଜି ଦିନ ଗୋଟାଏରୁ ଆସନ୍ତାକାଲି ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଏହି ଅଞ୍ଚଳ ଗୁଡିକରେ ଯିବା ଆସିବାକୁ ନିଷିଦ୍ଧ କରାଯାଇଥିବା ବେଳେ ସହ ଦୋକାନ ବଜାର ଆଦିକୁ ମଧ୍ୟ ବନ୍ଦ କରିଦିଆଯିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.