ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ବାଣିଜ୍ଯିକ ପ୍ରତିଷ୍ଠାନ ଓ ଦୋକାନ ବଜାର ଖୋଲା ରହିବ । ବାଲେଶ୍ବର ପୌରପାଳିକା ଅଞ୍ଚଳରେ କର୍ଫ୍ଯୁକୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି । ମୋବାଇଲ ଇଣ୍ଟରନେଟ ବ୍ୟତୀତ ସମସ୍ତ ଇଣ୍ଟରନେଟ ସେବା ଚାଲୁ କରାଯିବ।
ଅନ୍ୟପଟେ ଏସପି ସୂଚନା ଦେଇଛନ୍ତି ଯେ ଗୋଷ୍ଠୀ ସଂଘର୍ଷ ମାମଲାରେ ୭୫ଜଣ ଗିରଫ ହୋଇଥିବାବେଳେ ୧୯ଟି ମାମଲା ରୁଜୁ ହୋଇଛି।ସମ୍ବେଦନଶୀଳ ଅଞ୍ଚଳରେ ସରଭିଲାନ୍ସ ରହିଛି। ସୋସିଆଲ ମିଡିଆରେ ଗୁଜବକ।ରୀଙ୍କ ଉପରେ ନଜର ରଖିବାକୁ ସାଇବର ପାଟ୍ରୋଲିଂ ଜାରି ରହିଛି। ଏ ନେଇ ଏକ ମାମଲା ପୁଲିସ ନଜରକୁ ଆସିଥିବା କହିଛନ୍ତି ଏସପି ସାଗରିକ। ନାଥ। ଏହା ସହ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଓ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।