ବାଲେଶ୍ଵରରୁ ହଟିଗଲା କର୍ଫ୍ୟୁ, ସୂଚନା ଦେଇଛନ୍ତି ବାଲେଶ୍ଵର ଜିଲ୍ଲାପାଳ

ବାଲେଶ୍ଵରରୁ ହଟିଗଲା କର୍ଫ୍ୟୁ । ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ । ଗତ କିଛି ଦିନ ତଳେ ଦୁଇ ଗୋଷ୍ଠିଙ୍କୁ ନେଇ କର୍ଫ୍ୟୁ ଲାଗିଥିଲା । ସହରରୁ ସମ୍ପୁର୍ଣ୍ଣ ଭାବେ କର୍ଫ୍ୟୁ ହଟିଲା । ବାଲେଶ୍ଵରରେ ସ୍ଥିତି ସ୍ୱଭାବିକ ହେବାପରେ ପ୍ରଶାସନ କର୍ଫ୍ୟୁ ହଟାଇଲେ ।  ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଆଶିଷ୍ ଠାକରେ । ତେବେ ଆଜି କର୍ଫ୍ୟୁ ଉଠିଥିଲେ ବି ରାତିରେ ସହର ସାରା ପେଟ୍ରୋଲିଂ ଜାରି ରହିବ ବୋଲି ଜିଲ୍ଲା ପୋଲିସ୍ ସତର୍କ କରାଇଛନ୍ତି ।  ରାତି ୧୦ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରିଥିଲା ଜିଲ୍ଲା ପ୍ରଶାସନ ।