କୋରୋନା ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ର କଠୋର ପଦକ୍ଷେପ, ଆସନ୍ତା କାଲି ଠାରୁ ସାରା ଜିଲ୍ଲାରେ ଲାଗୁ ହେବ କର୍ଫ୍ୟୁ ଭଳି କଡାକଡି ନିୟମ

ଯାଜପୁର ଟାଉନ(କେନ୍ୟୁଜ୍):କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଉଛି । କିନ୍ତୁ ଏହି ନିର୍ଦ୍ଧେଶକୁ ଲୋକେ ଠିକ୍ ଭାବେ ପାଳନ କରୁନଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି । ଯାହାଫଳରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ରହିଛି । ସେଥିପାଇଁ ଆସନ୍ତାକାଲି ଠାରୁ ଯାଜପୁର ଜିଲାରେ କର୍ଫ୍ୟୁ ଭଳି ନିୟମ କଡାକଡି କରାଯିବ ବୋଲି ଯାଜପୁର ଜିଲାପାଳ ଘୋଷଣା କରିଛନ୍ତି ।

jajpur collecor 2କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ । ଏହି ସମୟ ବାଦ ଯେଉଁମାନେ ବାହାରକୁ ବାହାରିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନିଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

You might also like