ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ । ଆସନ୍ତାକାଲି ସକାଳ 5 ଟା ରୁ 2 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ବାଲେଶ୍ଵରରେ କର୍ଫ୍ୟୁ ପୌରପାଳିକା ଓ 3ଟି ଥାନା ମଧ୍ୟରେ ଲାଗିଥିଲା । ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଆସନ୍ତାକାଲି ଠାରୁ କର୍ଫ୍ୟୁ ହଟିବ । ଟାଉନ ଥାନା ଓ ସହଦେବ ଖୁଣ୍ଟା ଅଞ୍ଚଳରେ କେବଳ କର୍ଫ୍ୟୁ ବଳବତ୍ତର ରହିବ ଓ ଦିନ 2 ଟା ପରେ ପୁଣି କଡାକଡି ହେବ । ଲିଜ ଲାଇନ୍ ଭଲରେ ଚାଲିଛି ।
ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet କୋହଳ ହେବ । ଆମେ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ସ୍ୱଭାବିକ କରିବାକୁ ଚେଷ୍ଟା କରୁଛୁ । ବର୍ତ୍ତମାନ କିଛି ଗୁଜବ ପ୍ରଚାର ଚାଲିଛି । ତାହା ସଂପୂର୍ଣ୍ଣ ମିଛ । ବାଲେଶ୍ଵର ସହରବାସୀ ତାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗରେ ଅଛି । ବର୍ତ୍ତମାନ ସୁଦ୍ଧା 65 ଜଣଙ୍କୁ ଗିରଫ କରାଯାଇଛି । ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ପ୍ରତିଷ୍ଠିତ ଲୋକଙ୍କ ସହ ଯୋଗାଯୋଗରେ ଅଛୁ। ବାଲେଶ୍ଵର ପୌରପାଳିକାରେ ଆସନ୍ତାକାଲି ସ୍କୁଲ ବନ୍ଦ ରଖୁଛୁ। କ୍ଷୀର ଓ ମେଡିସିନ ଦୋକାନ ଖୋଲା ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ।