ସମ୍ବଲପୁର(କେନ୍ୟୁଜ): ସମ୍ବଲପୁରରେ ବଢିଲା କର୍ଫ୍ୟୁ କୋହଳ ଅବଧି । ଆସନ୍ତାକାଲିଠୁ ଅଧିକ ସମୟ କର୍ଫ୍ୟୁ କୋହଳ କଲା ଜିଲ୍ଲା ପ୍ରଶାସନ । ସକାଳେ ୪ ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି । ସକାଳ ସାଢ଼େ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି ।
ଆଜି ସମ୍ବଲପୁରରେ ରହିବେ ପୋଲିସ ଡିଜି ସୁନୀଲ ବଂଶଲ ଓ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ । ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ADG ମଧ୍ୟ ରହି ଘଟଣା ଉପରେ ନଜର ରଖିଛନ୍ତି । ସମ୍ବଲପୁର ଏସପି କହିଛନ୍ତି, ଗଣ୍ଡଗୋଳକାରୀ ଯେଉଁଭଳି ପେଟ୍ରୋଲ ବୋମା ଷ୍ଟକ କରି ରଖିଥିଲେ ସେଥିରୁ ଏହା ଯୋଜନାବଦ୍ଧ ଅପରାଧ ବୋଲି ଜଣାପଡୁଛି ।
ଗଣ୍ଡଗୋଳ ପରେ ଘରକୁ ଘର ତଲାସୀ କରାଯାଇଛି । ଯେଉଁମାନଙ୍କ ଘରୁ ପେଟ୍ରୋଲ ବୋମା ଜବତ କରାଯାଇଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ । ସରକାରୀ ଜାଗା କବଜା କରିଥିବେ କିମ୍ବା ସଂଗଠିତ ଅପରାଧରେ ସଂପୃକ୍ତ ଥିଲେ ସେମାନଙ୍କ ଘର ଉପରେ ବୁଲଡୋଜର ଚଢ଼ିବ । କେମିତି ଗଣ୍ଡଗୋଳ ହେଲା ତାର ତଦନ୍ତ ଚାଲିଛି । ଏଥିରେ କାହାର ତ୍ରୁଟି ରହିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…