ଆଜି ମଧ୍ୟ ରାତ୍ରି ଯାଏ ବାଲେଶ୍ବରରେ ବଳବତ୍ତର ରହିବ କର୍ଫ୍ୟୁ, ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ କୋହଳ

ବାଲେଶ୍ବର (କେନ୍ୟୁଜ): ଆଜି ମଧ୍ୟ ରାତ୍ରି ପର୍ଯ୍ୟନ୍ତ ବାଲେଶ୍ବରରେ ବଳବତ୍ତର ରହିବ କର୍ଫ୍ୟୁ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା ପରେ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଧି ବଢ଼ାଇ ଦିଆଯାଇଛି । ତେବେ ଆଜି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କର୍ଫ୍ଯୁ ସାମାନ୍ୟ କୋହଳ କରାଯିବ। ୪ ଘଣ୍ଟା କୋହଳ ହେବ କର୍ଫ୍ୟୁ। ସାଧାକଣ ଲୋକ ଜରୁରୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପାରିବେ। ଜରୁରୀ କାଳୀନ ସେବା ପାଇଁ ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲା ରହିବ। ବାଲେଶ୍ବରରେ ବ୍ରଡବ୍ୟାଣ୍ଡ, ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିଛି।

ଗତକାଲିର ବୈଠକ ପରେ ଇଣ୍ଟରନେଟ୍ ଲିଜ୍ ଲାଇନ ଖୋଲିବାକୁ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏବେ ନିୟନ୍ତ୍ରଣାଧୀନ ରହିଛି ବାଲେଶ୍ବରର ସ୍ଥିତି। କିନ୍ତୁ ସ୍ବାଭାବିକ ହୋଇ ନାହିଁ। ପୋଲିସ ଛାଉଣୀରେ ରହିଛି ସହର। ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତକାଲି ୧ କମ୍ପାନୀ ବିଏସଏଫ ଫୋର୍ସ ପହଞ୍ଚିଥିବା ବେଳେ ଆଜି ଆଉ ୫ କମ୍ପାନୀ ଫୋର୍ସ ପହଞ୍ଚିବେ। ଏପର୍ଯ୍ୟନ୍ତ ୩୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୦ରୁ ଅଧିକ ମାମଲା ରୁଜୁ ହୋଇଥିବା ଏସପି ସାଗରିକା ନାଥ କହିଛନ୍ତି।

You might also like