ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଥିବା ବେଳେ ଲାଚାର୍ ହୋଇ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । ବନ୍ଧୁଗାଁ ବ୍ଲକର କୁମ୍ଭାରିପୁଟରେ ଜଣେ ନାବାଳକ ଏହି ରୋଗରେ ମୃତ୍ୟୁ ବରଣ କଲାପରେ ଏବେ ନାରାୟଣପାଟଣାକୁ ବ୍ୟାପିଛି ଡିଫଥେରିଆ । ନାରାୟଣପାଟଣା ବ୍ଲକ୍ ବାଲିପେଟା ପଞ୍ଚାୟତ ଅନ୍ତର୍ଗତ ଗତିଗୁଡ଼ା ମାସକ ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ କୋରାପୁଟ ମେଡିକାଲ କଲେଜରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଏନେଇ ଗାଁରେ ଭୟର ବାତାବରଣ ଖେଳି ଯାଇଛି ।

ବର୍ତ୍ତମାନ ତିନିଜଣ ଆକ୍ରାନ୍ତ ଥିବା ବେଳେ ଜଣଙ୍କୁ କୋରାପୁଟ ଜିଲ୍ଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ଓ ଅନ୍ୟ ଦୁଇଜଣ ଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଜର ହେବା ସହ ଗଳା ଫୁଲିବା ହେଲା ଡ଼ିଫ୍ ଥେରିଆ ରୋଗର ଲକ୍ଷଣ ବୋଲି ଡ଼ାକ୍ତର କହୁଥିବା ବେଳେ ବର୍ତ୍ତମାନ ଗତିଗୁଡ଼ା ଗ୍ରାମରେ ଅଧିକାଂଶ ନାବାଳକ ନାବାଳିକା ମାନେ ଜ୍ଵରରେ ଆକ୍ରାନ୍ତ ଥିବା ଜଣା ପଡିଛି ।

ଏକ ମାସ ଧରି ଗ୍ରାମରେ ଅନେକ ପିଲାଙ୍କ ସ୍ବାସ୍ଥ୍ୟ ଖରାପ ରହି ତିନିଜଣଙ୍କ ମୃତ୍ୟୁ ପରେ ଚେତୀ ଉଠିଛି ସ୍ୱାସ୍ଥ୍ୟ ବିଭାଗ।ନାରାୟଣପାଟଣା ବ୍ଲକରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ପୁରା ଫେଲ୍ । ମାସକ ପରେ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ଗତି ଗୁଡ଼ା ଗ୍ରାମ ଗସ୍ତ କରି ଜ୍ଵର ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣା ପଡ଼ିଛି।ବର୍ତ୍ତମାନ ଏହି ରୋଗକୁ ସ୍ୱାସ୍ଥ୍ୟ ବିଭାଗ ନିୟନ୍ତ୍ରଣ କରିବାରେ କେତେଦୂର ସଫଳ ହୋଉଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.