ହେପାଜତରେ ମୃତ୍ୟୁ, ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ,ପ୍ରତିବାଦରେ ଗାଁ ଲୋକଙ୍କ ରାସ୍ତାରୋକ

ଆଠଗଡ଼(କେନ୍ୟୁଜ) : ଜଣେ ବ୍ୟକ୍ତିର ରେଞ୍ଜରଙ୍କ ହେପାଜତରେ ମୃତ୍ୟୁକୁ ନେଇ ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀ ଆଠଗଡ଼ ଥାନାରେ ଅଟକ ଥିବା ଜଣାଯାଇଛି । ହାତୀ ହତ୍ୟା ସନ୍ଦେହରେ ଉକ୍ତ ବ୍ୟକ୍ତିକୁ ବନ କର୍ମଚାରୀମାନେ ଗତକାଲି ଉଠାଇ ଆଣିଥିଲେ । ତେବେ ରେଞ୍ଜରଙ୍କ ହେପାଜତରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବଡମ୍ବା ରେଞ୍ଜରେ ଗତ ୨ ତାରିଖରେ ଗୁଳି ବିଦ୍ଧ ଏକ ମୃତ ହାତୀ ଠାବ ହୋଇଥିବା ବେଳେ ତା’ର ଦାନ୍ତ କଟାଯାଇଥିବା ଦେଖା ଯାଇଥିଲା । ହାତୀ ଶିକାର ଓ ଦାନ୍ତ କାଟିନେବା ଅଭିଯୋଗରେ ଖୁଣ୍ଟୁକଣ୍ଟା ସାତଗୋଛିଆ ଗାଁର ଧନେଶ୍ୱର ବେହେରା(୫୯) ନାମକ ଜଣେ ବ୍ୟକ୍ତିକୁ ବଡମ୍ବା ରେଞ୍ଜର ବନ କର୍ମଚାରୀମାନେ ଉଠାଇ ଆଣିଥିଲେ ।

ହେଲେ ହାତୀ ଶିକାର ଓ ଦାନ୍ତ କାଟିବା ଅଭିଯୋଗରେ ବଡ଼ମ୍ବା ରେଞ୍ଜରଙ୍କ ଅଫିସରେ ପଚରା ଉଚରା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଫଳରେ ୨ ଜଣ ACF ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକଙ୍କୁ ଥାନାରେ ଅଟକ ରଖାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଧନେଶ୍ୱରଙ୍କ ମୃତ୍ୟୁ ହେଲା ପ୍ରତିବାଦରେ ଗାଁଲୋକେ ରାସ୍ତାରୋକ କରିଛନ୍ତି। ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.