କଟକ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ, ଆଜି ବାହାରିବ ନୂଆ ରେଟ ଚାର୍ଟ

କଟକ(କେନ୍ଯୁଜ୍) : ଆସନ୍ତା ନଭେମ୍ବର ୨୩ରୁ କଟକରେ ଐତିହାସିକ ବାଲିଯାତ୍ରା । ତେବେ ବାଲିଯାତ୍ରା ପ୍ଲଟ ଦର ବୃଦ୍ଧିକୁ ନେଇ ବିବାଦ ଦେଖାଦେଇଥିବାରୁ ଗତ ୩ ଦିନ ହେଲା କୌଣସି ଆବଣ୍ଟନ ହୋଇନାହିଁ । ଏହାକୁ ନେଇ ଗତକାଲି ବ୍ୟବସାୟୀ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକ ସଫଳ ହୋଇଥିବା ପ୍ରଶାସନ ସୂଚନା ଦେଇଛି । ଆଜି ବାହାରିବ କଟକ ବାଲିଯାତ୍ରା ପାଇଁ ନୂଆ ରେଟ ଚାର୍ଟ । ସେପଟେ ନୂଆ ରେଟ ଚାର୍ଟ ବାହାରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବ୍ୟବସାୟୀ ସଂଘ କହିଛି ।