ଆକ୍ସନ ମୋଡରେ କଟକ-ବାରବାଟୀ ବିଧାୟକ, ଅଫିସରଙ୍କ ନେଲେ କ୍ଲାସ

କଟକ : ଆକ୍ସନ ମୋଡରେ କଟକ-ବାରବାଟୀ ବିଧାୟକ । ଅବକାରୀ କମିଶନରଙ୍କ ଚେୟାରରେ ବସିଲେ,ଅଫିସରଙ୍କ କ୍ଲାସ ନେଲେ । ଆଜି କଟକ ଅବକାରୀ କମିଶନର ଅଫିସକୁ ଅଚାନକ ପରିଦର୍ଶନରେ ପହଞ୍ଚିଥିଲେ ସୋଫିଆ ଫିର୍ଦ୍ଦୋସ । ଏହି ସମୟରେ କାର୍ଯ୍ୟାଳୟକୁ ଭୁବନେଶ୍ଵର ଉଠାଇ ନେବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିଥିଲେ ।
ସେଠାରେ କୌଣସି ଅଧିକାରୀ ନଥିବାବେଳେ ଚଟାଣରେ ପଡ଼ିଥ ିବା ନଥ୍ ପତ୍ରଗୁଡ଼ିକ ଏଣେ ତେଣ ପଡ଼ି ରହିଥ ିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅବକାରୀ ଆୟୁକ୍ତଙ୍କ ଆଭାସୀ ଗୃହରେ ବସି କାହିଁକି ଏଠାରୁ କାର୍ଯ୍ୟାଳୟ ଉଠାଇ ନେବାକୁ ଷଡ଼ଯନ୍ତ୍ର ଚାଲିଛି ତାକୁ ନେଇ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ। ପରେ ଏ ନେଇ ସେ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ସହ ଫୋନ୍ ମାଧ୍ଯମରେ ବାର୍ତ୍ତାଳାପ ମଧ୍ୟ କରିଥିଲେ।