ଜାତୀୟ ସ୍ତରୀୟ ଚେସ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଶାର ଦୁଇ ଯାଆଁଳା ଭାଇ ଶ୍ରୀୟାଂଶୁ ଓ ପ୍ରିୟନ୍ସ

କଟକ(କେ ନ୍ୟୁଜ): ଜାତୀୟ ଚେସରେ ଭାଗ ନେବେ ଶ୍ରୀୟାଂଶୁ ଓ ପ୍ରିୟନ୍ସ । ଦୁଇ ଯାଆଁଳା ଭାଇ । ଯାଜପୁର ଜିଲ୍ଲା ରସୁଲପୁରରେ ସେମାନଙ୍କ ଘର ହୋଇଥିବା ବେଳେ କଟକରେ ରହୁଛନ୍ତି । ବାପା ତାଙ୍କର ଜଣେ କ୍ଷୁଦ୍ର ବ୍ୟବସାୟୀ। କଟକ stewart ସ୍କୁଲର ସସ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ଦୁଇ ଯାଆଁଳା ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗାଁର ମୃତୁଞ୍ଜୟ ଦାସ ଏବଂ ମାନସୀ ଦାସଙ୍କ ଯାଆଁଳା ପୁଅ ଶ୍ରୀୟାଂଶୁ ଓ ପ୍ରିୟନ୍ସ । ଆସନ୍ତା ୧୬ରେ ଭର୍ଚୁଆଲ ମୋଡ୍‌ରେ ହେବାକୁ ଥିବା ଜାତୀୟ ଚେସ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିବେ । ଚଳିତ ବର୍ଷ ୧୪ବର୍ଷରୁ କମ୍‌ ଚେସ ପ୍ରତିଯୋଗିତାରେ ଉଭୟ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ।

ପୂର୍ବରୁ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପକ୍ଷରୁ ଶ୍ରୀୟାଂଶୁ ଓ ପ୍ରିୟନ୍ସ ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୬ ମଙ୍ଗୋଲିଆ ବିଶ୍ୱ ଚେସ ପ୍ରତିଯୋଗିତାରେ, ୨୦୧୭ରେ ତାସକେଣ୍ଡରେ ଅନୁଷ୍ଠିତ ଏସୀୟ ପ୍ରତିଯୋଗିତାରେ ଭାଗ ନେଇ ଭାରତ ପାଇଁ ଅନେକ ପଦକ ଆଣିଛନ୍ତି। ଏହି ଦୁଇ ଚେସ ପ୍ରତିଭାଙ୍କ ପରିବାରରେ ଅର୍ଥ ସମସ୍ୟା ବାଧକ ସାଜିଛି। ପ୍ରଶାସନ ଆଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ତାଙ୍କ ମାଆ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.