କଟକ ଭୁଆସୁଣୀ ପଠା ହତ୍ୟା ମାମଲାର ପର୍ଦ୍ଦାଫାସ୍: ୨ ଅଭିଯୁକ୍ତଙ୍କୁ ଗିରଫ କଲା କଟକ କମିଶନରେଟ୍‌ ପୋଲିସ୍‌

କଟକ(କେନ୍ଯୁଜ୍): କଟକ ବିଡାନାସୀ ଭୁଆସୁଣୀ ପଠା ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ୍‌ ପୋଲିସ୍‌ । ହତ୍ୟାକାଣ୍ଡରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍‌ । ଗିରଫ ଦୁଇ ଅଭିଯୁକ୍ତ ହେଲେ ମୁନି ଲାଲ ଶର୍ମା ଓ ସହଯୋଗୀ କୈଳାସ ଚୌଧୁରୀ । ଅନ୍ୟ ଜଣେ ଅଭିଯୁକ୍ତ ପଙ୍କଜ ଯାଦବ ଫେରାର ଅଛି । ଗିରଫ ପରେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ କରିଛି ପୋଲିସ। କିପରି ହୋଇଥିଲା ହତ୍ୟା ସେନେଇ ବଖାଣିଛି ଅଭିଯୁକ୍ତ।

pratik

ଗତ ୩ ତାରିଖରେ ମହାନଦୀ ପଠାରୁ ଆଜାଦ ଯାଦବଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଛି । ପଙ୍କଜଙ୍କ ସ୍ତ୍ରୀଙ୍କ ସହିତ ମୃତ ବ୍ୟକ୍ତିଙ୍କ ସମ୍ପର୍କ ରହିଥିଲା । ଏଥିରେ ଉତ୍ୟକ୍ତ ହୋଇ ଆଜାଦଙ୍କୁ ମାରିବାକୁ ୨୦ ହଜାର ଟଙ୍କାର ସୁପାରୀ ଦେଇଥିଲା ପଙ୍କଜ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.