ବଡ଼ ଠକକୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ, ବ୍ୟାଙ୍କ ଅଫିସର ଓ ଏଲ୍‌ଆଇସି ଅଫିସର କହି ଲୋକଙ୍କୁ ଠକୁଥିଲା

 କଟକ(କେ ନ୍ୟୁଜ): କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ଧରିଛି ଜଣେ ବଡ଼ ଠକକୁ । ଫୋନ୍‌ରେ ନିଜକୁ ଜଣେ ବ୍ୟାଙ୍କ ମ୍ୟାନେଜର, ଏଲଆଇସି ଅଫିସର୍‌ ଭାବେ ପରିଚୟ ଦେଇ ଗ୍ରାହକଙ୍କୁ ଲୁଟି ଆସୁଥିଲା । ଅଭିଯୁକ୍ତର ନାଁ ସୁପ୍ରଭାତ ମହାପାତ୍ର ବୋଲି ଜଣାଯାଇଛି ।

ସେ ପୁରୀ ସତ୍ୟବାଦୀ ଅଞ୍ଚଳର। ପୂର୍ବରୁ ତା ନାଁରେ ରହିଛି ୨୪ଟି ମାମଲା ରହିଛି । ସୁପ୍ରଭାତ ଠାରୁ ୧ ଲକ୍ଷ ୯ ହଜାର ଟଙ୍କା ଜବତ ହୋଇଛି । ଏହା ସହିତ ୩ଟି ଫୋନ, ୪ଟି ସିମ କାର୍ଡ ଏବଂ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ୍‌ । ଅନ୍ୟ ଜଣେ ଅଭିଯୁକ୍ତ ତନ୍ମୟ ବେହେରାକୁ ମଧ୍ୟ ପୋଲିସ୍‌ ଗିରଫ କରିଛି ।

ଏହି ବ୍ୟକ୍ତିଙ୍କ ଦ୍ୱାରା ଯଦି କେହି ଠକାମିର ଶିକାର ହୋଇଛନ୍ତି ତେବେ ତୁରନ୍ତ ପୋଲିସ୍‌ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

 

Leave A Reply

Your email address will not be published.