ପାର୍ବଣ ଋତୁରେ କରୋନା କଟକଣକୁ ବିରୋଧ କଲା କଟକ ନଗର ବିଜେପି, ୧୩ରେ ବନ୍ଦ ଡାକରା

୧୩ରେ କଟକ ବନ୍ଦ ଡାକରା।  କଟକ ନଗର ବିଜେପି ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ପାର୍ବଣ ଋତୁରେ କରୋନା କଟକଣକୁ  ବିରୋଧ କରି ଏହି  ବନ୍ଦ ଡାକରା ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ  ସୂଚନା ଦେଇଛନ୍ତି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂଜାପାର୍ବଣ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆବଦ୍ଧ ମଣ୍ଡପରେ ମାତ୍ର ୪ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନକୁ ଅନୁମତି ଦିଆଯାଇଛି । କିନ୍ତୁ ଏହାକୁ କଟକ ନଗର ବିଜେପି ପ୍ରତିବାଦ କରିଛି।

Leave A Reply

Your email address will not be published.