ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ ଆକର୍ଷଣୀୟ ହେବ କଟକ ସହର

କଟକ : ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହେଉଥିବା ବେଳେ ପ୍ରବାସୀମାନେ କଟକ ଆସିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଟକ ସହରକୁ ଆକର୍ଷଣୀୟ କରିବା ପାଇଁ ଆଜି ଅନୁଷ୍ଠିତ କଟକ ମହାନଗର ନିଗମର ୨୭ ତମ ସାଧାରଣ ଅଧିବେଶନରେ ନିଷ୍ପତ୍ତି ହୋଇଛି । କାଉନସିଲ ବୈଠକରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋଷ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତାବ ରଖିଥିଲେ।

ପ୍ରବାସୀଙ୍କର କଟକ ପ୍ରତି ଯେଭଳି ଏକ ସକରାତ୍ମକ ମନୋଭାବ ରହିବ, ସେଥିପାଇଁ କଟକ ମହାନଗର ନିଗମ ସମସ୍ତ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଥିଲେ। ପ୍ରବାସୀ ଭାରତୀୟମାନେ ଯୋବ୍ରା ମେରିଟାଇମ ମ୍ୟୁଜିୟମ, ବୋଟିଂ କ୍ଲବ, ବାରବାଟୀ ଦୁର୍ଗ, ଜଷ୍ଟିସ ମ୍ୟୁଜିୟମ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲି ଦେଖିବାର ରହିଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ କରିବାକୁ ସିଏମସିର କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି।