କଟକ: ଏସସିବି ମେଡିକାଲରେ ଆଉ ଶହେ ଶଯ୍ୟା ବୃଦ୍ଧି କରାଯିବ,କୋଭିଡ ସୂଚନା ପାଇଁ ଜରୁରୀ ଟୋଲ ଫ୍ରି ନମ୍ବର ହେବ ଜାରି

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ପାଇଁ କଟକ ମହାନଗର ନିଗମ ସଜାଗ । ୮୮ ପ୍ରତିଶତ ସଂକ୍ରମିତ ଏବେ ହୋମ ଆଇସୋଲେସନରେ ରହିଛନ୍ତି। ରାପିଡ୍‌ ରେସ୍‌ପନ୍‌ସ ଟିମ୍‌ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ ସହ ଚିକିତ୍ସା ପାଇଁ ଆବଶ୍ୟକ ପରାମର୍ଶ ଦେଉଥିବା କହିଛନ୍ତି ସିଏମ୍‌ସି କମିସନର ଅନନ୍ୟା ଦାସ । ହୋମ୍‌ ଆଇସୋଲେସନ୍‌ରେ ସୁବିଧା ନଥିଲେ ସଂକ୍ରମିତଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇବାକୁ ସେ ପରାମର୍ଶ ଦେଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୦ ପ୍ରତିଶତ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି।

cuttack

କୋଭିଡ କେୟାର ସେଣ୍ଟରରେ ପର୍ଯ୍ୟାପ୍ତ ପରିମାଣର ବେଡ ରହିଛି। ୧୨ଶହ ବେଡ ରହିଥିବା ବେଳେ ୩ଶହ ଆଇସିୟୁ ବେଡ ରହିଛି। ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏସସିବି ମେଡିକାଲରେ ଆଉ ଶହେ ଶଯ୍ୟା ବୃଦ୍ଧି କରାଯିବ। ସେଥିରେ ୪୧ଟି ଆଇସିୟୁ ବେଡ ଓ ୪୦ଟି ଏଚଡିୟୁ ବେଡ ରଖିବାକୁ ନିଷ୍ପତ୍ତି ହୋଇଛି। ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନର ବ୍ୟବସ୍ଥା ରହିଛି। ସେହିପରି କୋଭିଡ ସଂପର୍କିତ ସୂଚନା ପାଇଁ ଜରୁରୀ ଟୋଲ ଫ୍ରି ନମ୍ବର ୧୮୦୦-୩୪୫୮୨୮୯ ଜାରି କରାଯାଇଛି। ଜରୁରୀ ସେବା ପାଇଁ ଜେନେରାଲ କୋଭିଡ କଣ୍ଟ୍ରୋଲ ରୁମ୍‌ ନଂ ୭୦୭୭୭୭୫୫୫୫ ମଧ୍ୟ ଉପଲବ୍‌ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.