ସିଏମସି ସୁଇପରଙ୍କ ଗୋଡ଼ ଧୋଇ ନୂଆ ଚପଲ ପିନ୍ଧାଇଲେ କର୍ପୋରେଟର, କହିଲେ ଝାଡୁଦାରଙ୍କ ସେବା କରିବା ପାଇଁ ସୁଯୋଗ ପାଇଲି

କଟକ (କେନ୍ୟୁଜ): ସିଏମସି ସୁଇପରଙ୍କ ଗୋଡ଼ ଧୋଇଲେ କଟକ ମହାନଗର ନିଗମର କର୍ପୋରେଟର। ସୁଇପରଙ୍କ ଗୋଡ଼ ପୋଛିବା ସହ ତାଙ୍କୁ ନୂଆ ଚପଲ ପିନ୍ଧାଇଲେ। କଟକ ମହାନଗର ନିଗମର ୪୧ ନମ୍ବର ୱାର୍ଡର କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତଙ୍କ କରିଛନ୍ତି ଏଭଳି କାର୍ଯ୍ୟ।

ପ୍ରତ୍ୟେକ ଦିନ ସହରବାସୀଙ୍କ ସେବା କରୁଥିବା ଝାଡୁଦାରଙ୍କ ସେବା କରିବାର ସୁଯୋଗ ଗୋଟିଏ ଦିନ ପାଇଲି ବୋଲି ଏକ ଟିଭି ଚ୍ୟାନେଲକୁ କହିଛନ୍ତି କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ। କେବଳ ଗୋଡ଼ ଧୋଇବା ବା ଚପଲ ଦେବା ନୁହେଁ ନିଜେ ଘରେ ଏହି ସୁଇପରମାନଙ୍କୁ ଭୁରି ଭୋଜନରେ ଆପାୟିତ କରିଥିଲେ।

Leave A Reply

Your email address will not be published.