ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ପ୍ରସଙ୍ଗ, ଫେସବୁକକୁ ତଥ୍ୟ ମାଗିଲା କଟକ ସାଇବର ଥାନା

କଟକ(କେନ୍ୟୁଜ୍‌):ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣି ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ଅନୁଭବ ମହାନ୍ତି ‘ରିଅଲ ହିରୋ ଅଫ କେନ୍ଦ୍ରାପଡା’ ନାମକ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନଜନକ ଟିପ୍ପଣି ଦିଆଯାଉଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ ବର୍ଷା ।

ଏହି ଫେସବୁକ ଆକାଉଣ୍ଟଟି କେଉଁଠାରୁ ଆଉ କିଏ ଏହାକୁ ଅପରେଟ କରୁଛି ସେ ନେଇ ତଥ୍ୟ ମାଗିଛି କଟକ ସାଇବର ଥାନା ପୋଲିସ। ଗତ ୨୫ ତାରିଖ ଏ ନେଇ ବର୍ଷା ସାଇବର ଥାନାରେ କରିଥିଲେ ଅଭିଯୋଗ।

Leave A Reply

Your email address will not be published.