କଟକ : କଟକର ଗୌରବମୟ ଇତିହାସରୁ ଆରମ୍ଭ କରି ସଂସ୍କୃତି, ସାହିତ୍ୟ, କଳା, ପରମ୍ପରା ଇତ୍ୟାଦି ବର୍ଣ୍ଣନା କରା ଯାଇଛି । ମହାନଦୀ,କାଠଯୋଡି, କଟକର ଦଶହରା ଦହିବରା, ବାରବାଟୀ ଦୁର୍ଗ, ସ୍ଵରାଜ ଆଶ୍ରମ, ଚଣ୍ଡୀ ମନ୍ଦିର, କଦମ୍ ରସୁଲ୍, ଚର୍ଚ୍ଚ, ଗୁରୁଦ୍ୱାର ସହ କଟକ ମାଟିରେ ଜନ୍ମ ନେଇଥିବା ନେତାନୀ, ମଧୁ ବାବୁ, ବିଜୁ ବାବୁ, ରମାଦେବୀ, ଗୋପୀନାଥ, ସୁରେନ୍ଦ୍ର ମହାନ୍ତିଙ୍କ ପରି ବହୁ ବିଶିଷ୍ଟ ବ୍ୟକ୍ତି ଓ କଟକର ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଗୀତରେ ସ୍ଥାନିତ କରାଯାଇଛି ।
ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଏହାକୁ ରଚନା କରିଥିବା ବେଳେ ଦୀପକ କୁମାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ତରା ଚକ୍ରବର୍ତୀ ଓ ସତ୍ୟଜିତ ପ୍ରଧାନ ଗୀତରେ କଣ୍ଠଦାନ କରିଛନ୍ତି । ଖୁବ ଶୀଘ୍ର ଏହାକୁ ବିଭିନ୍ନ ପ୍ଲାଟଫର୍ମରେ ଲଞ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି । ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ଏହାକୁ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରଚାର କରିବାକୁ ନିବେଦନ କରାଯାଇଛି ।