ବାଲିଯାତ୍ରା ବିବାଦକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା: ଟଙ୍କା ହେରଫେର ନେଇ ଅଭିଯୋଗ ହେଲେ ନିଆଯିବ କାର୍ଯ୍ଯାନୁଷ୍ଠାନ

କଟକ (କେନ୍ୟୁଜ): ବାଲିଯାତ୍ରା ପରିଚାଳନାକୁ ନେଇ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟିର ଅଭିଯୋଗ ପରେ, କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏ ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଟଙ୍କା ହେରଫେର ନେଇ କୌଣସି ଅଭିଯୋଗ ଆସିଲେ ତଦନ୍ତ ହେବ ଏବଂ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଅଡିଟ ହେଲେ ମୁଁ ଏହାକୁ ସ୍‌ୱାଗତ କରିବି ଏବଂ ସମସ୍ତ ତଥ୍ଯର ରେକର୍ଡ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ଏହା ସର୍ବସାଧାରଣଙ୍କ ଯାତ୍ରା। ନିର୍ଦ୍ଧିଷ୍ଟ ଭାବରେ କିମ୍ବା କାହାରିକୁ ବ୍ଯକ୍ତିଗତ ଭାବରେ ନିମନ୍ତ୍ରଣ କରିବାର ଆବଶ୍ଯକତା ନାହିଁ ବୋଲି କହିଛନ୍ତି।

ଅନ୍ତିମ ଦିବସରେ ମହାମହିମ ରାଜ୍ଯପାଳଙ୍କ କାର୍ଯ୍ଯକ୍ରମରେ ସମୟ ସୀମିତ ଥିଲା। ସେହି ଅନୁଯାୟୀ ଅଳ୍ପ ସଂଖ୍ଯକ ବ୍ଯକ୍ତିଙ୍କୁ ସମ୍ବର୍ଦ୍ଧିତ କରାଗଲା। ବାକି ରହି ଯାଇଥିବା ବ୍ଯକ୍ତି ଙ୍କୁ ଆଗାମୀ ଦିନରେ ଅନ୍ଯାନ୍ଯ ଅବସରରେ ଆମେ ସମ୍ମାନିତ କରିବୁ। ବଡ଼ ଯାତ୍ରା ପାଇଁ ଅଧିକ ଅର୍ଥର ଆବଶ୍ଯକତା ଥିଲା। ତେଣୁ କର୍ପୋରେଟ ସେକ୍ଟର ଗୁଡିକୁ ଆମେ ଯୋଡିବାକୁ ଚେଷ୍ଟା କରାଯାଇଥିଲା। ଚଳିତ ବାଲିଯାତ୍ରାରେ ବହୁ ସଂଖ୍ଯାରେ କ୍ଷୁଦ୍ର ବ୍ଯବସାୟୀ ମଧ୍ୟ ଲାଭବାନ ହୋଇଛନ୍ତି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। କିଏ କେଉଁ ବିଷୟକୁ କିଭଳି ଦୃଷ୍ଟି କୋଣରେ ଦେଖୁଛି, ତାହା ସେହି ବ୍ଯକ୍ତି ଙ୍କ ଉପରେ ର୍ନିଭର କରେ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ରାଜ୍ଯ ସରକାରଙ୍କର ଏକ ଅଙ୍ଗ ଓ ପ୍ରତିନିଧି। କୌଣସି ତ୍ରୁଟି ସମ୍ପର୍କରେ ଆମକୁ ଜଣାଇଲେ, ଆମେ ତଦନ୍ତ କରିବୁ, କିଛି ଭୁଲ ଥିଲେ ତାକୁ ସୁଧାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।

 

You might also like