କରୋନା ସଂକ୍ରମଣ ପାଇଁ କଟକ ଜିଲ୍ଲା ଅଦାଲତ ଓ ଏସ୍ଡିଜେଏମ୍ କମ୍ପ୍ଲେକ୍ସ ୧୪ରୁ ୧୭ ଯାଏ ସଟ୍ଡାଉନ

କଟକ (କେନ୍ୟୁଜ୍): କରୋନା ସଂକ୍ରମଣ ଚିନ୍ତା ବଢାଇଥିବା ବେଳେ କଟକ ଜିଲ୍ଲା ଅଦାଲତ ଓ ଏହା ପରିସରରେ ଥିବା ସମସ୍ତ ନିମ୍ନ ଅଦାଲତ ଜାନୁଆରି ୧୪ରୁ ୧୭ ତାରିଖ ଯାଏ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ ବଢିବା ଓ ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନେଇ ଜିଲ୍ଲା ଅଦାଲତ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
ଜାନୁଆରି ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କଂପ୍ଲେକ୍ସ ଓ ଏସଡିଜେଏମ୍ ଅଦାଲତ କଂପ୍ଲେକ୍ସକୁ ସଂପୂର୍ଣ୍ଣ ଭାବେ ସଟ୍ଡାଉନ କରାଯାଇଛି । କଟକ ମୁଖ୍ୟାଳୟରେ ଅଦାଲତ ଓ ଏହାର କାର୍ଯ୍ୟାଳୟରେ ଜାନୁଆରି ୧୮ରୁ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । କୋର୍ଟ କଂପ୍ଲେକ୍ସକୁ ସିଏମସି ତରଫରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ପରେ ଜିଲ୍ଲା ଅଦାଲତ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିୃସହ ଜିଲ୍ଲା ଅଦାଲତ ପାଖରେ ଥିବା କଟକ ବାର୍ ଆସୋସିଏସନକୁ ମଧ୍ୟ ସଟ୍ଡାଉନ ଘୋଷଣା କରାଯାଇଛି । ସିଭିଲ କୋର୍ଟ କଂପ୍ଲେକ୍ସରେ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ତଥ୍ୟ ସମ୍ମୁଖକୁ ଆସିବା ପରେ ସିଏମସି ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା ।