କଟକକୁ ପରିମଳମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବ ନିଯୁକ୍ତ ଜିଲ୍ଲାପାଳ, ସିଏମ୍ସି କମିଶନରଙ୍କ ସହ ବୁଲି ଦେଖିଲେ ଡ୍ରେନେଜ ସମସ୍ୟା
କଟକ(କେନ୍ୟୁଜ୍) : କଟକକୁ ପରିମଳମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନବ ନିଯୁକ୍ତ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ । ବର୍ଷା ଦିନରେ ସହରରେ ଥିବା ଡ୍ରେନେଜ୍ରୁ କିପରି ଜଳ ନିଷ୍କାସନ ହୋଇପାରିବ ସେନେଇ ତଦାରଖ କରୁଛନ୍ତି । ସିଏମ୍ସି କମିନରଙ୍କ ସହ ବାଦାମବାଡି ଓ ବିଭିନ୍ନ ଡ୍ରେନେଜ୍ ବୁଲି ଦେଖିଛନ୍ତି । ୭ ଦିନ ଭିତରେ ଯେଉଁ ଡ୍ରେନ୍ ଗୁଡ଼ିକ ଉପରେ ଜବରଦଖଲ ଅଛି, ସେସବୁକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନେଜ୍ ସଫା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଡ୍ରେନ୍ରେ ପାଣି ଜମି ରହୁଥିବାରୁ ଡେଙ୍ଗୁ ଓ ଜଣ୍ଡିସ୍ ପରି ରୋଗ ବ୍ୟାପୁଛି ।