ମାଛରେ ଫର୍ମାଲିନ୍ : କଟକ ମାଛ ବଜାରରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ମାଛରେ ଫର୍ମାଲିନ୍ ମିଳିବା ପରେ ଏବେ କଟକର ମାଛ ବଜାରରେ ଚଢାଉ। କଟକ ବିଭିନ୍ନ ମାଛ ମାର୍କେଟ୍‌ରେ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। କୃଷକବଜାର, ପ୍ରେସ୍ଛକ, ସେମିନାରୀ ଛକ ଅଞ୍ଚଳ ମାଛ ମାର୍କେଟ୍‌ରୁ ୮ଟି ନମୁନା ସଂଗ୍ରହ କରାଯାଇଛି।

ମାଛରେ ଫର୍ମାଲିନ୍ ମିଶୁଥିବା ଅଭିଯୋଗ ହେବା ପରେ ଗତ ଶୁକ୍ରବାର ଦିନ ଭୁବନେଶ୍ୱରର ମାଛ ମାର୍କେଟ୍‌ରୁ ୯ଟି ନମୁନା ସଂଗ୍ରହ କରାଯାଇଥିଲା। ଏଥିରେ ଗୋଟିଏ ପାମ୍ପଲେଟ୍ ମାଛରୁ ଫର୍ମାଲିନ୍ ମିଶୁଥିବା ନେଇ ସ୍ପଷ୍ଟ ହୋଇଥିଲା। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟାସ୍କ ଫୋର୍ସ ଗଠନ କରି ମାଛର ଟେଷ୍ଟିଂ କରିବା ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.