ଜାତୀୟ ସ୍ତରରେ ଚମକିଲେ ୫ବର୍ଷର ଓଡ଼ିଆ ଝିଅ, ଜାତୀୟ ତାଇକୋଣ୍ଡୋରେ ଆଣିଲେ ବ୍ରୋଞ୍ଜ ମେଡାଲ
କଟକ(କେନ୍ଯୁଜ୍):ଜାତୀୟ ସ୍ତରରେ ଚମକିଲେ ୫ବର୍ଷର ଓଡ଼ିଆ ଝିଅ। ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି କଟକର କୁନି ଝିଅ ଅନିକା ବାଗାରିୟା କିଛି ମାସ ତଳେ ଅନଲାଇନରେ ସେ ଜାତୀୟ ତାଇକୋଣ୍ଡୋରେ ଭାଗ ନେଇଥିଲେ। ଅନଲାଇନ ଜାତୀୟ ଚାମ୍ପିୟନସିପକୁ ଭିଡିଓ ପଠାଇବା ପରେ ଅନଲାଇନ ରେ ଜଜ୍ ଅନିକାଙ୍କ ପ୍ରତିଭା ଦେଖିଥିଲେ।
ନିଜ ପ୍ରତିଭା ବଳରେ ସେ ଜିତିଛନ୍ତି ବ୍ରୋଞ୍ଜ ମେଡାଲ। କୋଭିଡ ସମୟରୁ ସେ ଅନ୍ଲାଇନରେ କୋଚ ସୁଦୀପ୍ତ ନନ୍ଦଙ୍କ ଠାରୁ ତାଇକୋଣ୍ଡୋ ଶିଖିଥିଲେ। ଏବେ ଝିଅର ପ୍ରତିଭାରେ ପରିବାର ବେଶ ଖୁସି ଅଛନ୍ତି। ଆଗକୁ ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ବିଜୟର ଲକ୍ଷ୍ୟ ରଖିଛନ୍ତି ଅନିକା।