କଟକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଦୁଇମହଲା କୋଠା, ୨ ଗୁରୁତର

କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଦୁଇମହଲା କୋଠା, ୨ ଗୁରୁତର । ସିଡିଏ ସେକ୍ଟର-୭ରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡ଼ିହୋଇ ୨ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଗ୍ନିକାଣ୍ଡରେ ଗ୍ୟାରଜରେ ଥିବା କାର୍ ଓ ୨ଟି ବାଇକ୍ ସହ ଜଳିଗଲା ଆସବାବପତ୍ର । ଅଳ୍ପକେ ବର୍ତ୍ତିଲେ ଘରେ ରହୁଥିବା ଅନ୍ୟମାନେ। ତେବେ ବିଲ୍ଡିଂରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ।
ଆହୁରି ପଢ଼ନ୍ତୁ : ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା