ଶେଷ ହେବାକୁ ଯାଉଛି କଟକରେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଜାଇକା କାମ: ସୁବାସ ସିଂ

କଟକ(କେନ୍ୟୁଜ୍): କଟକ ସହରରେ ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଜାଇକା କାମ କିଛି ମାସ ମଧ୍ୟରେ ଶେଷ ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ । ମାଟି ତଳେ ଚାଲିଥିବା ସ୍ୱରେଜ ଡ୍ରେନେଜ କାମ ଆସନ୍ତା ଜାନୁଆରୀରେ ଶେଷ ହେବାର ରହିଛି । କିନ୍ତୁ ବକ୍ସ ଡ୍ରେନ କାମ ସରିବା ପାଇଁ ଅଧିକ ଏକ ବର୍ଷ ସମୟ ଲାଗିବ ।

ଜାଇକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ସିଏମସି ମେୟର । ସେହିଭଳି ଆଗକୁ ପୂଜା ଆସୁଥିବା ବେଳେ ତା ପୂର୍ବରୁ ମେଢ଼ ଯିବା ରାସ୍ତାରେ ଜରୁରୀକାଳୀନ ଭିତ୍ତିରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଏମସି ମେୟର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.